MOB JUSTICE? 'ବଙ୍ଗଳାଦେଶୀ' ସନ୍ଦେହରେ ଓଡ଼ିଶାରେ ବଙ୍ଗୀୟ ଶ୍ରମିକଙ୍କୁ PITI-PITI HATIYA, ୬ ଜଣଙ୍କୁ POLICE କଲା ARREST।
😭 ଦାନିପାଲି ଘଟନା: 'ବଙ୍ଗଳାଦେଶୀ' ସନ୍ଦେହ କରି ଶ୍ରମିକକେ ମାରିଦେଲେ, ୬ ଅଭିଯୁକ୍ତ ଗିରଫ
ସମ୍ବଲପୁର, ୨୬।୧୨ :- ସମ୍ବଲପୁରର୍ ଦାନିପାଲି ଠାନେ 'ବଙ୍ଗଳାଦେଶୀ' ବଲି ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ୍ ଶେଖ୍ ଜୁଏଲ୍ (୨୨)କେ ମାରି ଦେବାର୍ ଘଟନା ନେ ପୁଲିସ୍ ଗୁରୁବାର୍ ୬ ଜନ୍ ଅଭିଯୁକ୍ତକେ ଧରିଛେ। ଖାଲି ସାମାନ୍ୟ ବିଡ଼ି ପିଅଁଲା ନେ ବଚସା ଆର୍ ପରିଚୟପତ୍ର ଦେଖାବାର୍ ଲାଗି ଇ ମାରପିଟ୍ ହତ୍ୟାକାଣ୍ଡ ହେଇଥିଲା।
ଗିରଫ୍ ହେଇଥିବାର୍ ୬ ଜନ୍ ଅଭିଯୁକ୍ତ ହେଲେ ଅଇଁଠାପାଲି ଥାନା ଅଧିନର୍ ବୁଢ଼ାରଜା ରାମଗଡ଼ପଡ଼ାର୍ ନରହରି, ସଞ୍ଜୟ, ରାଜା, ମନୋଜ, ହୀରା ଆର୍ ଶାନ୍ତନଗର ମାତୃବିହାରର୍ ବିକାଶ। ତଦନ୍ତ୍ ସର୍ ନାଇଁଥିବାର୍ ଲାଗି ପୁଲିସ୍ ସେମାନକଁର୍ ପୂରା ନାଁ ଜନେଇ ନାଇଁପାରି।
ଠିକାଦାର୍ ସଦାବ୍ ହୁସେନକଁର୍ ଏତଲା ହିସାବେ ଅଇଁଠାପାଲି ଥାନା ନେ ଗୁଟେ ମାମଲା (ନଂ- ୪୨୯/୨୦୨୫) ରୁଜୁ ହେଇଛେ। ଗୁରୁବାର୍ ସବୁ ଅଭିଯୁକ୍ତକେ କୋର୍ଟ ଚାଲାନ୍ କରାହେଇଛେ। ସଦର୍ ଏସଡିପିଓ ତୋଫାନ ବାଗ୍ କହିଛନ୍ ଯେ ସିସିଟିଭି ଫୁଟେଜ୍ ଆର୍ ଅଲଗା ବୈଷୟିକ ପଦ୍ଧତି ଧରି ରାତିସାରା ରେଡ୍ କରି ପୁଲିସ୍ ଅଭିଯୁକ୍ତମାନଙ୍କୁ ଧରିଥିଲା।
ମର୍ବାର୍ ଶେଖ୍ ଜୁଏଲ୍ ଆର୍ ଅଲଗା ଦୁଇ ଶ୍ରମିକ୍ ସନୱାର୍ ହୁସେନ ଆର୍ ଅକିତ୍ତର୍ ରହମାନ୍ ଓରଫ୍ ଆରିଫ୍ ଶେଖ୍ ବୁଧବାର୍ ରାତି ପ୍ରାୟ ୯ଟା ୩୦ ଟା ନେ ଦାନିପାଲିରେ ଗୁଟେ ତିଆର୍ ହେଉଥିବାର୍ ଘର୍ ପାଶେ ବିଡ଼ି ଫୁକୁଥିଲେ। ଅଭିଯୁକ୍ତମାନେ ସେଠାନେ ପୁହୁଁଚି ବିଡ଼ି ମାଗ୍ଲା ପରେ ଶ୍ରମିକ୍ ମାନକଁର୍ ଠାନେ ଟଙ୍କା ମାଗିଥିଲେ। ଶ୍ରମିକ୍ ମାନେ ନାଇଁ ବଲ୍ବାର୍ ଲାଗି ଗାଲିଗୁଲଜ୍ କର୍ଲା ସାଙ୍ଗେ ସେମାନକଁର୍ ପରିଚୟ ଆର୍ ଆଧାରକାର୍ଡ ଦେଖାବାର୍ ଲାଗି କହିଥିଲେ।
ଶ୍ରମିକ୍ ମାନେ ଆଧାରକାର୍ଡ ଦେଖାବାର୍ ଲାଗି ନାଇଁ ବଲ୍ବାର୍ ଥି ରାଗିଯାଇଥିବାର୍ ଅଭିଯୁକ୍ତମାନେ ଲୁହାଛଡ଼, ବାଡ଼ି ଆଦି ଧରି ସେମାନକେ ଏକାଠି ହେଇ ମାରିଥିଲେ। ଫଳ ନେ ଜୁଏଲ୍ ଆର୍ ସନୱାର୍ ଜଖ୍ମୀ ହେଇଥିଲେ। ଗୁରୁତର ଜଖ୍ମୀ ଶେଖ୍ ଜୁଏଲ୍କେ ଜିଲା ମୁଖ୍ୟ ଚିକିତ୍ସାଳୟକେ ଆନ୍ଲା ବେଲ୍କେ ଡାକ୍ତର୍ ତାହାକେ ମର୍ଲା ବଲି ଜନେଇଥିଲେ। ଅଲ୍ଗା ଜଖ୍ମୀ ଶ୍ରମିକ୍ ମାନକଁର୍ ଚିକିତ୍ସା ଚାଲିଛେ।
ପଶ୍ଚିମବଙ୍ଗର୍ ତୃଣମୂଳ କଂଗ୍ରେସ୍ (TMC) ଇ ହତ୍ୟାକାଣ୍ଡକେ 'ବଙ୍ଗାଳୀକଁର୍ ବିରୁଦ୍ଧରେ ଚାଲିଥିବାର୍ ଅଭିଯାନ୍' ବଲି ଦେଖେଇ ଓଡ଼ିଶାରେ ସରକାର୍ ଚଲେଇଥିବାର୍ ଭାଜପାକେ ଦାୟୀ କରିଛେ।
ସମ୍ବଲପୁର ର ଖବର' ଆଉ ଜାଣିବ ପାଇଁ ପଢ଼ନ୍ତୁ read more

0 Comments