Horoscope Today: ୨୭ ଡିସେମ୍ବର ୨୦୨୫ ଆଜିର ରାଶିଫଳ - ମେଷରୁ ମୀନ ସବୁ ରାଶିର ଭାଗ୍ୟଫଳ।
୨୭ ଡିସେମ୍ବର ୨୦୨୫, ଶନିବାର ପାଇଁ ସମ୍ପୂର୍ଣ୍ଣ ରାଶିଫଳ।
ଜୁହାର! ସମସ୍ତଙ୍କୁ ଶୁଭ ସକାଳ। ଆଜି ୨୦୨୫ ଡିସେମ୍ବର ୨୭ ତାରିଖ, ଶନିବାର।
କେନ୍ତା ଅଛନ୍ ସମସ୍ତେ? ସମସ୍ତଙ୍କ ମନେ ଗୁଟେ ପ୍ରଶ୍ନ ଥିବା - "ଆଜି ଆମର ଦିନଟା କେନ୍ତା କଟିବା?" କାହାକୁ ଆଜି ପଇସା-ପତର ମିଳିବାର ଅଛି ତ କାହାର ଅଟକି ଯାଇଥିବା କାମଟା ପୁରା ହେବା। ଜ୍ୟୋତିଷ ଶାସ୍ତ୍ର ହିସାବେ ଆଜି ଗ୍ରହମାନଙ୍କର ଚଳନ କିଛି ରାଶିର ଲୋକଙ୍କୁ ବହୁତ୍ ଖୁସି ଦେବା, ଆଉ କିଛି ଲୋକଙ୍କୁ ଟିକେ ସମ୍ଭାଳିକରି ରହିବାକୁ ପଡ଼ବା।
ହେଲେ ଡରବାର କିଛି କଥା ନାଇଁ, ଯଦି ଆମେ ଆଗୁରୁ ଜାଣିଦେମା କି ଗ୍ରହ-ନକ୍ଷତ୍ର ମାନେ କାଣା କହୁଛନ୍, ତେବେ ଆମେ ଆମର ଦିନଟାକୁ ଆହୁରି ଭଲ୍ କରିପାରମା। ତ ଚାଲୁନ୍ ଜାଣିମା ମେଷଠୁଁ ମୀନ ସବୁ ରାଶିର ଆଜିର ଭାଗ୍ୟଫଳ (Rashifal) ଏବଂ କିଛି ସରଳ ପ୍ରତିକାର।
୨୭ ଡିସେମ୍ବର ୨୦୨୫: ମେଷରୁ ମୀନ ସବୁ ରାଶିର ଦୈନିକ ଭାଗ୍ୟଫଳ
୧. ମେଷ ରାଶି (Aries)
ଆଜି ଆପଣଙ୍କର୍ ଦିନଟା ବହୁତ୍ ବଢ଼ିଆ କଟିବା। ଅଟକି ରହିଥିବା ପଇସା ପତର ଆଜି ମିଳିପାରେ। କାମରେ ଟିକେ ମନ ଦିଅନ୍ତୁ, ସବୁ ଠିକ୍ ହେଇଯିବା।
ଶୁଭ ରଙ୍ଗ: ନାଲି
ଶୁଭ ଅଙ୍କ: ୯
୨. ବୃଷ ରାଶି (Taurus)
ଘରପରିବାରରେ ଟିକେ ମନମାଳିନ୍ୟ ହେଇପାରେ, ସେଥିଲାଗି ବୁଝିବିଚାରି କରି କଥା କହୁନ। ନୂଆ କାମ ଆରମ୍ଭ କଲେ ସଫଳତା ମିଳିବା।
- ଶୁଭ ରଙ୍ଗ: ଧଳା
- ଶୁଭ ଅଙ୍କ: ୬
୩. ମିଥୁନ ରାଶି (Gemini)
ଆଜି କାହାରି ସାଙ୍ଗେ ଯୁକ୍ତିତର୍କ କରୁନ, ନାଇଁଲେ ଅସୁବିଧାରେ ପଡ଼ବେ। ବ୍ୟବସାୟରେ ଲାଭ୍ ମିଳିବା। ସ୍ୱାସ୍ଥ୍ୟ ପ୍ରତି ଟିକେ ନଜର ଦିଅନ୍ତୁ।
- ଶୁଭ ରଙ୍ଗ: ଶାଗୁଆ
- ଶୁଭ ଅଙ୍କ: ୫
୪. କର୍କଟ ରାଶି (Cancer)
ମନଟା ଆଜି ଶାନ୍ତି ରହିବା। ପରିବାର ସାଙ୍ଗେ ହସଖୁସିରେ ସମୟ କଟିବା। ଦୂର ଯାତ୍ରା କଲେ ଟିକେ ସାବଧାନ ରୁହନ୍ତୁ।
- ଶୁଭ ରଙ୍ଗ: କ୍ଷୀର ଧଳା
- ଶୁଭ ଅଙ୍କ: ୨
୫. ସିଂହ ରାଶି (Leo)
ଆଜି ଆପଣଙ୍କର୍ ପ୍ରଭାବ ବଢ଼ିବା। ଅଫିସ୍ରେ ବଡ଼ ସାହେବ୍ ଖୁସି ହେବେ। କାହାରିକୁ ଉଧାର ପଇସା ଦିଅନ୍ତୁ ନାହିଁ, ଫେରି ପାଇବାକୁ ଟିକେ କଷ୍ଟ ହେବ।
- ଶୁଭ ରଙ୍ଗ: ସୁନେଲି
- ଶୁଭ ଅଙ୍କ: ୧
ସୂଚନା: ଯଦି ଆପଣ ନୂଆ ଚାକିରି ଖୋଜୁଛନ୍ତି, ତେବେ ଏଠାରେ କ୍ଲିକ୍ କରି ଆଜିର [ନୂଆ ସରକାରୀ ଚାକିରି ଅପଡେଟ୍] ଦେଖନ୍ତୁ।
୬. କନ୍ୟା ରାଶି (Virgo)
ପଢ଼ାପଢ଼ି କରୁଥିବା ପିଲାମାନଙ୍କ ଲାଗି ଆଜିର ଦିନଟା ଖୁବ୍ ଭଲ। କୌଣସି ଶୁଭ ଖବର ମିଳିପାରେ। ମନ ଖୁସି ରହିବା।
- ଶୁଭ ରଙ୍ଗ: ହଳଦିଆ
- ଶୁଭ ଅଙ୍କ: ୩
୭. ତୁଳା ରାଶି (Libra)
ଆଜି ଆପଣଙ୍କୁ ନୂଆ ସୁଯୋଗ ମିଳିବା। ପ୍ରେମ ଜୀବନରେ ଖୁସି ଆସିବ। ହେଲେ ଖର୍ଚ୍ଚ ଉପରେ ଟିକେ ଲଗାମ୍ ଲଗାନ୍ତୁ, ନାଇଁଲେ ପକେଟ୍ ଖାଲି ହେଇଯିବା।
- ଶୁଭ ରଙ୍ଗ: ନୀଳ
- ଶୁଭ ଅଙ୍କ: ୭
୮. ବିଛା ରାଶି (Scorpio)
ଆଜି ଟିକେ ବ୍ୟସ୍ତ ରହିବେ। ଗୁପ୍ତ ଶତ୍ରୁମାନେ ହଇରାଣ କରିବାକୁ ଚେଷ୍ଟା କରିପାରନ୍ତି, ସେଥିଲାଗି ଆଖି-କାନ ଖୋଲା ରଖୁନ।
- ଶୁଭ ରଙ୍ଗ: ଗାଢ଼ ନାଲି
- ଶୁଭ ଅଙ୍କ: ୮
୯. ଧନୁ ରାଶି (Sagittarius)
ଭାଗ୍ୟ ଆଜି ଆପଣଙ୍କ ସାଙ୍ଗେ ଅଛି। ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ। ପୂଜାପାଠରେ ମନ ଲାଗିବା।
- ଶୁଭ ରଙ୍ଗ: ହଳଦିଆ
- ଶୁଭ ଅଙ୍କ: ୪
୧୦. ମକର ରାଶି (Capricorn)
ଶନିଦେବଙ୍କ କୃପାରୁ କାମରେ ଉନ୍ନତି ହେବା। ଜମିବାଡ଼ି କଥା ଚାଲିଥିଲେ ଆଜି ସଫଳତା ମିଳିପାରେ। ପୁରୁଣା ବନ୍ଧୁଙ୍କ ସାଙ୍ଗେ ଭେଟ ହେବ।
- ଶୁଭ ରଙ୍ଗ: କଳା/ବାଇଗଣୀ
- ଶୁଭ ଅଙ୍କ: ୧୦
୧୧. କୁମ୍ଭ ରାଶି (Aquarius)
ଆଜି ଦିନଟା ମିଶ୍ରିତ ଫଳ ଦେବ। କାମରେ ଅଳସୁଆ ଲାଗିପାରେ, ହେଲେ ଚେଷ୍ଟା ଜାରି ରଖୁନ। ସନ୍ଧ୍ୟା ବେଳକୁ ମନ ଖୁସି ହେଇଯିବା।
- ଶୁଭ ରଙ୍ଗ: ଗାଢ଼ ନୀଳ
- ଶୁଭ ଅଙ୍କ: ୧୧
୧୨. ମୀନ ରାଶି (Pisces)
ଆପଣଙ୍କର୍ କଳ୍ପନା ଶକ୍ତି ବଢ଼ିବା। କଳାକାର ଓ ଲେଖକମାନଙ୍କ ଲାଗି ଦିନଟା ବହୁତ୍ ଭଲ। ବାପା-ମାଆଙ୍କ ଆଶୀର୍ବାଦ ନେଇ କାମ ଆରମ୍ଭ କରନ୍ତୁ।
- ଶୁଭ ରଙ୍ଗ: ସୁନେଲି ହଳଦିଆ
- ଶୁଭ ଅଙ୍କ: ୧୨
ଆଜିର ସ୍ୱତନ୍ତ୍ର ଉପାୟ: ଶନିବାର ହେଇଥିବାରୁ ଶନି ମନ୍ଦିରରେ ରାଶି ତେଲର ଦୀପଟେ ଜାଳିଲେ ସବୁ ଦୁଃଖ-କଷ୍ଟ ଦୂର ହେବା।

0 Comments